ଧାମନପୁରଠାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ଗୋଲାମୁଣ୍ଡା, ତା.୧୫।୧୨/୨୫
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନରେ ଥିବା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧାମନପୁରଠାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ବ୍ଲକ ଆଦିବାସୀ ସଭାପତି ଦିଲୀପ ମାଝୀ, ବ୍ଲକ କନ୍ଧ ସମାଜ ସଭାପତି ବଳଭଦ୍ର ଭୋଇ, ଡବ୍ଲୁଇଓ ସୁବ୍ରତ ମିଶ୍ର, ସମାଜସେବୀ କାର୍ତ୍ତିକ ପୁରୋହିତ, ପ୍ରଧାନଶିକ୍ଷକ ନରେଶ କୁମାର ଯୋଶୀ, ଶିକ୍ଷକ କୁବେର ନାଏକ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ସହ ଶିକ୍ଷକ ସୁବାସ ବାଗ ସଭା ପରିଚାଳନା କରିଥିଲେ । ଉକ୍ତ ଅବସରରେ ବିଭିନ୍ନ ବିଭାଗରେ କୃତି ଅର୍ଜୁନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ଜିଲ୍ଲା ବିୟୁରୁ ଚିପ ରାମ କୁମାର ସେନାପତିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *

error: Content is protected !!