ଖପ୍ରାଖୋଲ ୨୨/୧୧ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥିତ ଫୁଲକିମୁଣ୍ଡା ହାଇସ୍କୁଲ ତରଫରୁ ଆଜି ସ୍ବଚ୍ଛ ମନ୍ଦିର ପରିବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି।ଫୁଲକିମୁଣ୍ଡା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ହାଇସ୍କୁଲ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ଦ୍ଵାରା ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କମିଟି ର ସଦସ୍ୟ,ସଦସ୍ୟା ଗ୍ରାମ ର ଓ୍ବାଡ ମେମ୍ବର , ମନ୍ଦିର ପରିଚାଳକ, ଶିକ୍ଷାବିତ,ଗ୍ରାମର ଏକାଦଶୀ କମିଟିର ମାତୃ ମଣ୍ଡଳୀ,ପୁରାତନ ଛାତ୍ର ତଥା ଗ୍ରାମବାସୀ ସହଯୋଗ କରିଥିଲେ।ଜଗତର ନାଥ ଜଗନ୍ନାଥ ଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ପ୍ରଥମେ ମନ୍ଦିର ପରିସରରେ ପଡିଥିବା ଅଳିଆ ଆବର୍ଜ୍ଜନା କୁ ସଫା କରି ବିଦ୍ୟାଳୟ ଦ୍ଵାରା ସ୍ଥାପନ କରାଯାଇଥିବା ଆବର୍ଜନା କୁଣ୍ଡରେ ପକାଇଥିଲେ।ଏହା ସହିତ ମନ୍ଦିରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ନିମନ୍ତେ ବିଭିନ୍ନ ଫୁଲ ଗଛ ଫୁଲ କୁଣ୍ଡ ରେ ଲଗାଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ଦିର ବାହାରେ ସଫାସୁତୁରା କରିବା ସହ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ ଛାତ୍ରଛାତ୍ରୀ ମାନେ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ନନ୍ଦଲାଲ ମାଝୀ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶକ୍ତି ଟିଭି ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠୀ, ସାମ୍ବାଦିକ ବେଦବର ଛତ୍ରିଆ,ପରିଚାଳନା କମିଟି ର ସଦସ୍ୟ ମୋହନ ସୁନା, ମନ୍ଦିର ପରିଚାଳକ ଉମାକାନ୍ତ ଦାସ, ମନ୍ଦିର ପୂଜକ ଦିଲ୍ଲୀପ କୁମାର ରଥ,ଓ୍ବାଡମେମ୍ବର ମକରଧ୍ବଜ ମାଝୀ ଓ ଯୁବରାଜ ବନଛୋର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବୃନ୍ଦାବତୀ ପୃଷ୍ଟି, ରାଧାରାଣୀ ଦାସ, ବିନୋଦିନୀ ମେହେର,ତାରାବତୀ ବନଛୋର ପୁରାତନ ଛାତ୍ର କାହ୍ନା ଦାସ,ରମେଶ ବାଗ,ସୁରଜ ବାଗ, ମନୋରଞ୍ଜନ ମାଝୀ ଙ୍କ ସହ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦେବ କୁମାର ପତି,ଗୋପିକୃଷ୍ଣ ଦଳାଇ,ଶ୍ରୀମତୀ ଅତସୀ ସାହୁ, ଭୁବନେଶ୍ୱର ପୃଷ୍ଟି,ନିଲିମା କୁମାରୀ ମିଶ୍ର,ଗଗନ କୁମାର ସାହୁ ଓ ଶିକ୍ଷକ କର୍ମଚାରୀ ଦିଲେଶ୍ବର ମେହେର, ଜଗବନ୍ଧୁ ବେହେରା,ଲିଙ୍ଗରାଜ ମାଝୀ ଓ ଦିନବନ୍ଧୁ ଚାରବେମାଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
