ପରଲୋକରେ ଅବସରପ୍ରାପ୍ତ ଅବକାରୀ ପୋଲିସ ସଂଗ୍ରାମ କେଶରୀ ସିଂହ

ମାହାଙ୍ଗା : ୨୨/୧୧(ଦାମୋଦର ପରିଡା )ନିଶ୍ଚିନ୍ତକୋଇଲି କଳମିଶ୍ରି ଲେଣ୍ଡୁରା ଭଗବାନପୁର ଅଞ୍ଚଳର ଅବସରପ୍ରାପ୍ତ ଅବକାରୀ ପୋଲିସ୍ ଅଧିକାରୀ ସଂଗ୍ରାମ କେଶରୀ ସିଂହଙ୍କ ୬୫ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛି ଦିନ ହେବ ପାରାଲିସିସ୍ ରୋଗ ରେ ପୀଡିତ ଥିଲେ , ଘରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ବଡ଼ ପୁଅ ସଞ୍ଜୀବ ସିଂହ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ସିଂହ ସ୍ଥାନୀୟ ଅଞ୍ଚଳର ଜଣେ ମେଳାପୀ, ମିଷ୍ଠ ଭାଷୀ, ଏବଂ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଶେଷ ସମୟ ରେ ତାଙ୍କ ନିକଟ ରେ ପୁଅ ସଞ୍ଜିବ ସିଂହ, ରାଜେନ୍ଦ୍ର ସିଂହ, ସରୋଜ ସିଂହ ଏବଂ ଝିଅ ସୁଷମ ସିଂହ ଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ଙ୍କ ସମେତ ସରପଞ୍ଚ ଅନନ୍ତ କର, ପ୍ରସଂଜିତ୍ ସିଂହ ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!