ମନରେଗା ଯୋଜନାରେ ମହା ଦୁର୍ନୀତି, ଠିକାଦାର ସାଜିଛନ୍ତି ଏଡିଇଓ ଅନିଲ ମୁଣ୍ଡ୍

କଳାହାଣ୍ଡି ୧୧/୧୧( କୁଞ୍ଜବନ ଛତ୍ରିଆ) ସରକାର ଙ୍କ ପକ୍ଷରୁ ବେକାରି ଓ ଦାଦନ ରୋକିବା ସହ ଗରିବ ଲୋକ ଙ୍କୁ ସ୍ୱାବଲମ୍ବୀ କରିବା କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ମନରେଗା ଯୋଜନା ସରକାରଙ୍କ ନିୟମ ଅନୁସାରେ ଚାଲିବା ବଦଲ ରେ ଖୁଲମଖୁଲା ଭାବରେ ଏଡିଇଓ ଅନିଲ ମୁଣ୍ଡ ନିଜେ ଠିକାଦାର ସାଜି ଉଲଘଂନ କରୁଥିବା ର ଚର୍ଚା ସାମ୍ନା କୁ ଆସିଛି। କଲାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପନ୍ଚାୟତ ପିଡବ୍ଲୁଡି ରାସ୍ତା ରୁ କସନାପଡା ରାସ୍ତା କୁ ସଂଯୋଗ କରୁଥିବା ମନରେଗା ଯୋଜନାରେ ହେଉଥିବା ରାସ୍ତା ଠାରୁ। ପ୍ରକାଶ ଯେ ପଣ୍ଡିଗାଁ ଗ୍ରାମ ପନ୍ଚାୟତ ଅନ୍ତର୍ଗତ ପିଡବ୍ଲୁଡି ରାସ୍ତା ଠାରୁ କସନାପଡା ରେ ଆର୍ଥିକ ବର୍ଷ ୨୦୨୫-୨୬ମସିହାର ମନରେଗା ଯୋଜନାରେ ୧୦ଲକ୍ଷ ୩୦୩ ଟଙ୍କା ବ୍ୟୟ ଅଟକଲ ରେ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନିୟ ପନ୍ଚାୟତ ଏଡିଇଓ ଅନିଲ ମୁଣ୍ଡ ନିଜେ ଠିକାଦାର ସାଜି କାରସାଦି କରି ଏହି ରାସ୍ତା କୁ ମନଇଚ୍ଛା ମେଟାଲ ମୁରୁମ ପକାଇ କାମ କରୁଛନ୍ତି ବୋଲି ଗ୍ରାମବାସୀ ଅଭିେଯାଗ କରିଛନ୍ତି। ଗ୍ରାମବାସୀ ଙ୍କ କହିବା ଅନୁସାରେ ରାସ୍ତା ରେ ଯେଉଁ ଭଲି ରାସ୍ତା ହେବା କଥା ସେହିପରି ନହୋଇ କାଦୁଅ ମିଶା ମୁରୁମ ଏବଂ ମେଟାଲ ଆଣି ଯେମିତି ସେମିତି କରି କାମ କରୁଛନ୍ତି ବୋଲି ଗ୍ରାମବାସୀ ଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ବିଷୟ ରେ ଗ୍ରାମବାସୀ ଏଡିଇଓ ମହାଶୟ ଏବଂ ରାସ୍ତା ରେ ନିୟୋଜିତ ଥିବା J E ସୁମନ୍ତ ଦଣ୍ଡପାଟ ଙ୍କୁ ବାରମ୍ବାର ଜଣାଇ ଥିଲେ ସୁଧା କୌଣସି ବି ଉତ୍ତର ନଦେଇ କାମକରୁଛନ୍ତି ବୋଲି ଶେଷରେ ବାଧ୍ଯ ହୋଇ କଲମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡାଂଗୀ କୁ କାମ ବାବଦକୁ ନେଇ ଏକ ଲିଖିତ ଅଭିେଯାଗ କରିଛନ୍ତି। ଏହି ବିଷୟ ରେ ଆମ ପ୍ରତି ନିଧି ବିଡିଓ ମହାଶୟ ଙ୍କୁ ପ୍ରତିକ୍ରିୟା ମାଗିବାରୁ ଯଦି ଏହି ରାସ୍ତା ପ୍ରତି ଦୁର୍ନୀତି ହୋଇଛି ତା ହେଲେ ମୁଁ ନିଶ୍ଚିତ ଭାବରେ ତଦନ୍ତ କରି ଏହାର ଉଚିତ୍ ପଦକ୍ଷେପ ନେବି ବୋଲି ପ୍ରକାଶ କରିଛନ୍ତି। ଖବର ପ୍ରସାରଣ ହେଲାପରେ ବ୍ଲକ ପ୍ରସାସନ ସଂପ୍ରୁକ୍ତ କର୍ମଚାରୀ ଏବଂ ଏଡିଇଓ ବିରୋଧରେ କିଭଲି କାର୍ୟାନୁଷ୍ଟାନ ନେଉଛନ୍ତି ଡାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

error: Content is protected !!