ସ୍କୁଲ ବାରଣ୍ଡାରେ ମଦ ପିଇ ଶୋଇଛନ୍ତି ଶିକ୍ଷକ।


ଏହିଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁରରାମପୁର ବ୍ଲକ୍ ଅନ୍ତର୍ଗତ ଗୌଡକେଲା ପ୍ରାଥମିକ ବିଦ୍ୟାଳୟ,ରେ ଯାହା କି ଜାତୀୟ ରାଜପଥ ଉପରେ ଅବସ୍ଥିତ। ବିଦ୍ୟାଳୟରେ ଆଜି ପୁଣି ଥରେ ମାତାଲ୍ ଶିକ୍ଷକଙ୍କ ଉପସ୍ଥିତ ଦେଖି ବିଦ୍ୟାଳୟ ପରିଚାଳନା କମିଟି ଅତିଷ୍ଠ ହୋଇ ପଡିଛନ୍ତି। ପୂର୍ବରୁ ବାରମ୍ବାର ଏହି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଏପରିକି ମାତାଲ୍ ଶିକ୍ଷକ ଜଣକ ପରିଚାଳନା କମିଟି ଆଗରେ ଆଉ ଏପରି ଭୁଲ୍ ହେବ ନାହିଁ ବୋଲି କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ଶିକ୍ଷକ ଜଣକ ଆଜି ମଧ୍ୟ ବିଦ୍ୟାଳୟ ରେ ମଦ ନିଶାରେ ଶୋଇ ପଡ଼ିଥିଲେ। ପ୍ରାପ୍ତ ସୂଚନା ମୁତାବକ ଏହି ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ରଣା ଯିଏ କି ପୂର୍ବରୁ ଅନେକ ଥର ଏଇ ପ୍ରକାର ଭୁଲ୍ କରି କ୍ଷମା ପ୍ରାର୍ଥନା କରିଥିଲେ, ସେତିକି ବେଳେ ପରିଚାଳନା କମିଟି ଆଗକୁ ଏମିତି ଭୁଲ୍ ନ ହେବା ପାଇ ସ୍କୁଲ କମିଟି କହିଥିଲେ, କିନ୍ତୁ ଆଜି ସେ ପୁଣି ଆଉ ଥରେ ମଦ ନିଶାରେ ଆଶି ସ୍କୁଲ ପରିସରରେ ଶୋଇ ପଡିଲେ। ଘଟଣା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟ ମହାଖୁଡ଼ ଗଣମାଧ୍ୟମକୁ ମାତାଲ୍ ହୋଇ ଶିକ୍ଷକ ବିଦ୍ୟାଳୟକୁ ଆସୁଛନ୍ତି ବୋଲି କହିଥିଲେ। ଏଥି ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ଭୋଇ କହିଛନ୍ତି ଯେ, ଏହି ଶିକ୍ଷକ ପୂର୍ବରୁ ମଧ୍ୟ ବିଦ୍ୟାଳୟକୁ ମଦ ପିଇ ଆସିବା, କମିଟି ଆଗରେ କ୍ଷମା ପ୍ରାର୍ଥନା କରିବା ପରେ ବି ଭୁଲ୍ କରିବା ଉଚିତ୍ ନୁହେଁ। ଏ ନେଇ ଏବିଓ ଜୟସେନ ନିଆଲଙ୍କୁ ପଚାରିବାରୁ, ଗ୍ରାମ ବାସୀ ଫୋନ୍ ଯୋଗେ ଆମକୁ ସୂଚନା ଦେଇଥିଲେ କିନ୍ତୁ ଆମେ ଭବାନୀ ପାଟଣା ଆସିଥିବାରୁ ବିଦ୍ୟାଳୟକୁ ଯାଇ ପାରିଲୁ ନାହିଁ, ଆମେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି।ଛାତ୍ର ଛାତ୍ରୀ ମାନେ ଏଭଳି ଗୁରୁଙ୍କ ପାଖରୁ କି ଶିକ୍ଷା ଗ୍ରହଣ କରିବେ ତାହା ସହଜରେ ଜାଣି ହୋଇ ଯାଉଛି। ତେବେ ଏ ଭଳି ଶିକ୍ଷକଙ୍କୁ ବଦଳୀ କରି ନୁହେଁ, କାର୍ଯ୍ୟରୁ ନିଲମ୍ବନ କରାଯିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।
ଦେଖିବା କୁ ବାକିରହିଲା ନିୟୁଜ ପ୍ରସାରଣ ହେଲା ପରେ ପ୍ରଶାସନ କିପଦକ୍ଷେପ ନେଉଛି
କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ରପ୍ରତିନିଧି ଟଙ୍କଧରବିହାରୀ ଙ୍କ ରିପୋଟ ଶକ୍ତିଟିଭି

Leave a Reply

Your email address will not be published. Required fields are marked *

error: Content is protected !!