ରାସ୍ତା ଅବରୋଧ କୁ ପ୍ରତିବାଦ କରିବାରୁ ବୃଦ୍ଧ ଙ୍କୁ ଆକ୍ରମଣ।

ରାସ୍ତା ଅବରୋଧର ପ୍ରତିବାଦ କରିବାରୁ କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ସ୍ଥିତ ସ୍ଥାନୀୟ ସୋମପୁର ଗ୍ରାମର ନିକୁଞ୍ଜ କିଶୋର ମିଶ୍ର (୭୧)ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।ରବିବାର ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ବୃଦ୍ଧ ଜଣକ ନିଜ ସ୍କୁଟିରେ ସାହି ରାସ୍ତାରେ ଯାଉଥିବା ବେଳେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ଟେଣ୍ଟ ବନ୍ଧା ଯାଉଥିବାରୁ ସେ ଆଗକୁ ଯାଇ ପାରିନଥିଲେ।ଫଳରେ ଟେଣ୍ଟ ବାନ୍ଧୁଥିବା ପିଲାଙ୍କୁ ରାସ୍ତା ଅବରୋଧ ହଟାଇବାକୁ କହିଥିଲେ।ଟେଣ୍ଟ ବାନ୍ଧୁଥିବା ପିଲା ରାସ୍ତା ଅବରୋଧ ହଟାଇବା ପରେ ନିକୁଞ୍ଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ।ସେ କାମସାରି ଫେରିବା ବେଳକୁ ପୁନର୍ବାର ଉଦ୍ଦେଶ୍ୟ ମୂଳକ ଭାବେ ରାସ୍ତା ଅବରୋଧ କରାଯାଇଥିବା ସେ ଦେଖିବାକୁ ପାଇଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପତିପୁର ଗ୍ରାମର ଧନୁଆ ବାରିକ ନାମକ ଜଣେ ଯୁବକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତଣ୍ଟିଆ ମାରି ତଳେ ପକାଇଦେବା ସହ ଏକ ବାଉଁଶ ରେ ତାଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କୁ ଧମକ ଦେଇଥିବା ଏତାଲା ରେ ଦର୍ଶାଇଛନ୍ତି।ନିକୁଞ୍ଜଙ୍କ  ଡାହାଣ ହାତ,  ବେକ ଓ ପିଠିରେ ମଧ୍ୟ ଆଘାତ ଲାଗିଛି।ଏ ନେଇ ନିକୁଞ୍ଜ କିଶନନଗର ଥାନାରେ ଏକ ଏତଲା ଦେଇଛନ୍ତି।ଏକ ମାମଲା ରୁଜୁ କରି କିଶନନଗର ପୁଲିସ ତଦନ୍ତ ଚଳାଇଛି।ଅନ୍ୟପଟେ କିଶନନଗର ଥାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତର କଟକ ବଡ଼ ଡ଼ାକ୍ତରଖାନା ପଠାଇଥିବା ଜଣାପଡିଛି।
କଟକ ରୁ ସରାଫତ୍ ଅଲ୍ଲୀ ଙ୍କ ରିପୋର୍ଟ ଶକ୍ତି ଟିଭି

Leave a Reply

Your email address will not be published. Required fields are marked *

error: Content is protected !!