ମସ୍କୋ : ଭାରତ ବିରୋଧରେ ଷଡ଼ଯନ୍ତ୍ରରେ ଲିପ୍ତ ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ମସ୍କୋରେ ସକ୍ରିୟ ଥିବା ଆଇଏସଆଇର ଏକ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ କରିଛି ରୁଷର ଗୁପ୍ତଚର ସଂସ୍ଥା । ଏହି ନେଟୱାର୍କ ରୁଷରୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ଏବଂ ହେଲିକପ୍ଟର ପ୍ରଯୁକ୍ତିବିଦ୍ୟା ଭଳି ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଚୋରି କରିବାକୁ ଚେଷ୍ଟା କରୁଥିଲା। ରୁଷର ଏହି କାର୍ଯ୍ୟକୁ ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି, କାରଣ ଟାର୍ଗେଟ କରାଯାଇଥିବା ପ୍ରଯୁକ୍ତିବିଦ୍ୟା ଭାରତୀୟ ବାୟୁସେନାର ଆଧୁନିକ ପ୍ରତିରକ୍ଷା ପ୍ରଣାଳୀର ଅଂଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ଗୁଇନ୍ଦା ସଂସ୍ଥା ଜେଜିବି ସେଣ୍ଟ ପିଟର୍ସବର୍ଗରେ ଜଣେ ରୁଷ ନାଗରିକଙ୍କୁ ଗିରଫ କରିଛି ଯିଏ ଆଇଏସଆଇ ପାଇଁ କାମ କରୁଥିଲା। ଗୁପ୍ତ ଦସ୍ତାବିଜଗୁଡ଼ିକ ଚୋରା ଚାଲାଣ ହେବା ପୂର୍ବରୁ ଏହି ଷଡ଼ଯନ୍ତ୍ର ଧରା ପଡ଼ିଯାଇଥିଲା। ତାଠାରୁ ଉଦ୍ଧାର ହୋଇଥିବା ଦସ୍ତାବିଜଗୁଡ଼ିକ ସାମରିକ ହେଲିକପ୍ଟର ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଏସ-୪୦୦) ବିକାଶରେ ବ୍ୟବହାର କରାଯାଇଥିଲା। ଏଥିରେ Mi-8 AMTShV ସହ ଜଡିତ ସମ୍ବେଦନଶୀଳ ବୈଷୟିକ ସୂଚନା ଅନ୍ତର୍ଭୁକ୍ତ ଥିଲା
