୪ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଓ ଭାଉଚର ଉନ୍ମୋଚନ

ଭବାନୀପାଟଣା ୧୦/୧୧: ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ୪ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି | ଚଳିତ ମାସ ନଭେମ୍ବର ୨୯ ଓ ୩୦ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ଏବଂ ୩୦ ନଭେମ୍ବର ରେ ପ୍ରତିଯୋଗିତା ରେ ଚାମ୍ପିୟନ ହୋଇଥିବା ଉଭୟ ଛାତ୍ରଛାତ୍ରୀ ଙ୍କୁ ଗୋଟିଏ ଗୋଟିଏ ସାଇକେଲ ଆର କେ ସାଇକେଲ ତରଫରୁ ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ | ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ଇଛୁକ ଛାତ୍ରଛାତ୍ରୀ ନଭେମ୍ବର ୨୮ ସୁଧା ନିଜର ନାମ ପଞ୍ଜିକରଣ କରିପାରିବେ ଓ ଅଧିକ ସୂଚନା ପାଇଁ ୯୪୩୭୪୧୧୬୯୩ ଓ ନାମ ପଞ୍ଜିକରଣ ପାଇଁ ଫୋନ ନମ୍ବର ୯୪୩୭୨୨୪୪୨୦, ୮୯୧୭୫୩୩୦୩୮ଯୋଗାଯୋଗ କରିପାରିବେ ବୋଲି ଏକାଡେମୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ ଶିବରାମ ନାୟକ ସୂଚନା ଦେଇଛନ୍ତି | ପ୍ରତିଯୋଗିତା ର ଭାଉଚର ସିନିଅର ନେସନାଲ ଅରବିଟର ରବୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ଏକାଡେମୀ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ , ଆର କେ ସାଇକେଲ ର ମୁଖ୍ୟ ରୁପେଶ ଅଗ୍ରୱାଲ, ଦୁଷ୍ମନ୍ତ କୁମାର ପ୍ରଧାନ, ସମାଜସେବୀ ପ୍ରସନ୍ନ ପଟ୍ଟନାୟକ, ରବି ନାରାୟଣ ସାହୁ, ଆଶିଷ ତାଣ୍ଡି, ବିକାଶ ତାଣ୍ଡି, ସରିତା ବାଗେଲ ସେମେତ ଏକାଡେମୀର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରି ଥିଲେ |
କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ଜିଲ୍ଲା ବିୟୁରୁ ଚିପ ରାମ କୁମାର ସେନାପତିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

error: Content is protected !!