ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି:ଶକ୍ତି (କବିରାଜ ଦୁର୍ଗା) ଭବାନୀପାଟଣା : ତା. ୧୦.୧୧.୨୦୨୫ – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାରକୋଣ୍ଡା ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୦୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୮୧ ଗୋଟି ଓ ସାମୂହିକ ୨୪ ଗୋଟି ରହିଥିବା ବେଳେ ୧୮ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଘରଡିହ, ଭତ୍ତା, ପାନୀୟଜଳ, ଜମିବିବାଦ, ରେଶନ କାର୍ଡ, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ) ଅନିମେସ ପ୍ରଧାନ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ନିହାରେନ୍ଦ୍ର ପଣ୍ଡା, ମୁଖ୍ୟ ଜିଲା ବେସାମରିକ ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ୍ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ, ଉନ୍ନୟନ ଅଧିକାରୀ ଓ ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!